ମାର୍ଚ୍ଚ ୧୬ରେ ହେବ ରାଜ୍ୟ ସଭା ନିର୍ବାଚନ

The Rajya Sabha elections will be held on March 16. In this regard, the Election Commission of India has issued a press note. Elections will be conducted for 37 Rajya Sabha seats across 10 states, including 4 seats from Odisha. The official notification will be released on February 26. The last date for filing nominations is March 5, and scrutiny will be held on March 6. The final date for withdrawal of nominations is March 9. Polling will take place on March 16 from 9:00 AM to 4:00 PM, and vote counting will be conducted at 5:00 PM. The term of four Odisha Rajya Sabha members—Mamata Mohanta, Munna Khan, Sujit Kumar, and Niranjan Bishi—will end on April 2.

Feb 18, 2026 - 11:47
 0  2
 ମାର୍ଚ୍ଚ ୧୬ରେ ହେବ ରାଜ୍ୟ ସଭା ନିର୍ବାଚନ

 ମାର୍ଚ୍ଚ ୧୬ରେ ହେବ ରାଜ୍ୟ ସଭା ନିର୍ବାଚନ। ଏନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ।ଏଥି ମଧ୍ଯରେ ଓଡ଼ିଶାର ରହିଛି ୪ ଆସନ । ଫେବୃଆରୀ ୨୬ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି।ମାର୍ଚ୍ଚ ୫ ରହିଛି ନାମାଙ୍କନ ଦାଖଲର ଶେଷ ତାରିଖ । ୬ରେ କରାଯିବ ଯାଞ୍ଚ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ମାର୍ଚ୍ଚ ୯। ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏ ଭୋଟ ଗ୍ରହଣ ଏବଂ ଅପରାହ୍ଣ ୫ଟାରେ ହେବ ଭୋଟ ଗଣତି । ଏପ୍ରିଲ ୨ରେ ସରୁଛି ଓଡ଼ିଶାର ୪ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୁନା ଖାନ, ସୁଜିତ୍‌ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ।

 

What's Your Reaction?

like

dislike

love

funny

angry

sad

wow