ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ; ୧୫ରୁ କମିବ ରାତିର ତାପମାତ୍ରା

ଆସନ୍ତା ୨୪ ଘଣ୍ଟା ଭିତରେ ଓଡିଶାର କିଛି ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଏବଂ ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହେବାର ରହିଛି ସମ୍ଭାବନା । ତେବେ ୧୩ ତାରିଖରେ ମୁଖ୍ୟତଃ ଶୁଖିଲା ରହିବ ପାଗ । ୧୫ ତାରିଖରୁ ୨ରୁ ୪ ଡିଗ୍ରୀ କମିପାରେ ରାତି ତାପମାତ୍ରା ।
What's Your Reaction?






