ଆଜି ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ

ଆଜି ହେଉଛି ଭିସ୍ତାରା ଏୟାରଲାଇନ୍ସର ଶେଷ ଉଡ଼ାଣ । ନଭେମ୍ବର ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆଉ ଆକାଶରେ ଉଡ଼ିବନି ଭିସ୍ତାରା ବିମାନ । କାରଣ ଏୟାର ଇଣ୍ଡିଆ ସହିତ ହେବ ଏହାର ମିଶ୍ରଣ। ପରିଚାଳନା ଦାୟିତ୍ବ ମଧ୍ୟ ତୁଲାଇବ ଏୟାର ଇଣ୍ଡିଆ । ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାର ଲାଇନ୍ସର ସହଭାଗିତାରେ ନିଜର ଗନ୍ତବ୍ୟପଥ ସ୍ଥିର କରୁଥିଲା ଭିସ୍ତାରା ଏୟାରଲାଇନ୍ସ। ଏୟାର ଇଣ୍ଡିଆ ଭାରତ ସରକାରଙ୍କ ଅଧିନରେ ଚାଲିଯିବା ପରେ ଭିସ୍ତାରକୁ ଟାଟା ଗ୍ରୁପର ବିମାନ ବୋଲି କୁହାଯାଉଥିଲା । ଏୟାର ଇଣ୍ଡିଆ ପୁଣି ଥରେ ଟାଟା ଗ୍ରୁପ ହାତକୁ ଆସିବା ପରେ ଏଥିରେ ମଶ୍ରଣ ହେବାକୁ ଯାଉଛି ଭିସ୍ତାର ଏୟାରଲାଇନ୍ସ। ଜଏଣ୍ଟ ଭେଞ୍ଚରରେ ସିଙ୍ଗାପୁର ଏୟାରଲାଇନ୍ସରକୁ ମିଳିବ ୨୫.୧ ପ୍ରତିଶତ ଅଂଶଧନ । ମିଶ୍ରଣର ଏକ ମାସ ପର୍ଯ୍ୟନ୍ତ ଭିସ୍ତାରାରେ ଯାତ୍ରା କରିବାକୁ ଅଗ୍ରୀମ ଟିକେଟ୍ କାଟିଥିବା ପ୍ରାୟ ୧ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ କରିବେ ଯାତ୍ରା। ତେବେ ଯାତ୍ରୀଙ୍କୁ ଭିସ୍ତାରା ଭଳି ସୁବିଧା ଯୋଗାଇ ଦିଆଯିବ ବୋଲି କହିଛି କମ୍ପାନୀ।
What's Your Reaction?






