କୁସୁମା ବଙ୍ଗଳା କାହାର:ସ୍ପଷ୍ଟୀକରଣ ରଖିଲେ ପୌରପାଳିକା

ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାଗୁଡିକ କାହାର ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଏହି ବିଳାସପୂର୍ଣ୍ଣ ବଙ୍ଗଳା ସମ୍ପର୍କରେ ଆଜି ସ୍ପଷ୍ଟୀକରଣ ରଖିଛି ପୌରପାଳିକା । ଖବରଦାତା ସମ୍ମିଳନୀରେ ପୌରପାଳିକା ପକ୍ଷରୁ କୁହାଯାଇଛି ଯେ, କ୍ରୀଡ଼ା ବିଭାଗ ଅଧିନରେ ଆସୁଛି କୁସୁମା ପାର୍ଶ୍ୱରେ ଥିବା ୯ଟି ବଙ୍ଗଳା।ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗକୁ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପର୍ୟ୍ୟାୟକ୍ରମେ ପ୍ରଦାନ କରାଯାଇଥିଲା ୨ ଏକର ୪୧ ଡିସିମିଲ ଯାଗା। ଉକ୍ତ ଜମିରେ ସୁଇମିଂ ପୁଲ ଓ ସ୍ପୋଟର୍ସ କମ୍ପ୍ଲେକ୍ସ କରାଯାଇଥିବା ବେଳେ ୯ଟି ସ୍ପୋଟ୍ସ ବଙ୍ଗଳା ନିର୍ମାଣ କରାଯାଇଛି। ପୌରପାଳିକା କେବଳ ଜମି ଯୋଗାଇ ଥିବା ବେଳେ କୌଣସି ଆର୍ଥିକ ସହାୟତା ଯୋଗାଇ ନାହାନ୍ତି।ପୌର କର୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରଖାଯାଇଛି ସ୍ପଷ୍ଟୀକରଣ । ଏହି ବଙ୍ଗଳା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ। ତଦନ୍ତ ପରେ ବଙ୍ଗଳା କାହାର ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।
What's Your Reaction?






