ପୁଣି ସାରା ରାଜ୍ୟରେ ବଢିବ ବର୍ଷା

Aug 6, 2024 - 12:40
 0  7
ପୁଣି ସାରା ରାଜ୍ୟରେ ବଢିବ ବର୍ଷା

ମୌସୁମୀ ଟ୍ରପ୍ ଲାଇନ୍ ସକ୍ରିୟ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ତୁହାକୁତୁହା ବର୍ଷା। ଆଜିଠୁ ସାରା ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ ଏପରି ସ୍ଥିତି। ୨୪ ଘଣ୍ଟା ମଧ୍ଯରେ ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, କଟକ, ବରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ହଳଦିଆ ସତର୍କତା।ସେହିଭଳି ଆସନ୍ତାକାଲି ମଧ୍ଯ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା  । ଆସନ୍ତାକାଲି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ମଧ୍ୟ ରହିଛି ସମ୍ଭାବନା । ବୁଧବାର ରାଜ୍ୟର କେତେକ ସ୍ଥାନରେ ୧୧୫ରୁ ୨୦୪ ମିଲିମିଟର ହୋଇପାରେ ବର୍ଷା ।

What's Your Reaction?

like

dislike

love

funny

angry

sad

wow