ଭୁବନେଶ୍ବରରେ ଆୟୋଜିତ ହୋଇଛି ‘ରନ୍ ଫର୍ ୟୁନିଟି’ ମାରାଥନ୍

ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହୋଇଛି ‘ରନ୍ ଫର୍ ୟୁନିଟି’ ମାରାଥନ୍ । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଦୌଡ଼ରେ ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ,ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ହୋଇଥିଲେ ସାମିଲ । ଏହି ଅବସରରେ ଅଖଣ୍ଡତାର ଶପଥ ପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ । ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ନିଜ ଜୀବନ ସମର୍ପି ଦେଇଥିବା ତଥା ଭାରତର ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଏବଂ ସମ୍ମାନରେ ହୋଇଛି ଏହି କାର୍ୟ୍ୟକ୍ରମ ।
What's Your Reaction?






