ଲିଙ୍ଗରାଜ ମନ୍ଦିର ସୁପରଭାଇଜରଙ୍କୁ ପଠାଯିବ କାରଣ ଦର୍ଶାଅ ନୋଟିସ

Oct 29, 2024 - 15:15
 0  7
ଲିଙ୍ଗରାଜ ମନ୍ଦିର ସୁପରଭାଇଜରଙ୍କୁ ପଠାଯିବ କାରଣ ଦର୍ଶାଅ ନୋଟିସ

ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନ୍ଦିର ଭିତରେ ଫଟୋ ଉଠାଇବା ସହ ରାଜୁ ନନାଙ୍କ ସହ ମଧ୍ୟ କରିଛନ୍ତି ଭିଡିଓ।ପୂର୍ବରୁ ଓଲିଉଡ ଅଭିନେତା ଚନ୍ଦନ କରଙ୍କ ସହ ମନ୍ଦିର ଭିତରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ ରାଜୁ ନନା ।ତେବେ ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ତାରକା କିଭଳି ଭିତରକୁ ମୋବାଇଲ ନେଲେ,ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇନଥିଲା କି, ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ ବୋଲି ଉଠିଛି ଅନେକ ପ୍ରଶ୍ନ ।ସେପଟେ  ବିବାଦ ପରେ ଆକ୍ସନ ମୋଡକୁ ଆସିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ସଂପୃକ୍ତ ସେବାୟତ ତଥା ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ ବୋଲି କହିଛନ୍ତି ମନ୍ଦିର ପରିଚାଳନା ନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ଜାରି ହେବ ନୋଟିସ । ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ  ।

What's Your Reaction?

like

dislike

love

funny

angry

sad

wow