ବଦଳିବନି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ: ମୁଖ୍ୟମନ୍ତ୍ରୀ

Jul 21, 2024 - 12:41
 0  5
ବଦଳିବନି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ: ମୁଖ୍ୟମନ୍ତ୍ରୀ

ବଦଳିବ ନାହିଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ । ଆଜି ଏଭଳି ସ୍ପଷ୍ଟିକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ,ବରପୁତ୍ରମାନଙ୍କୁ ସମ୍ମାନ ଦିଏ ମୋ ସରକାର ।’ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ କଥା ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି । ବିଜୁ ବାବୁଙ୍କ ନାଁରେ ଏହି ପୁରସ୍କାର ଦୀର୍ଘଦିନରୁ ନିଆଯାଉଛି । ଏହାର ନାମ ପରିବର୍ତ୍ତନ ନେଇ କୌଣସି ବିଦ୍ଧିବଧ ନିଷ୍ପତ୍ତି ନିଆଯାଇନାହିଁ କି ମୋ ପାଖରେ କିଛି ଖବର ନାହିଁ । ବିଜୁ ବାବୁ ତାଙ୍କ ରାଜନୈତିକ ଓ ସାମାଜିକ ଜୀବନରେ ଦେଇଥିବା ଅବଦାନ ରାଜ୍ୟ ତଥା ଦେଶ ପାଇଁ ସ୍ମରଣୀୟ । ପୂର୍ବ ପରି ଚାଲୁ ରହିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର । ସେଥିରେ କୌଣସି ପ୍ରକାର ପରିବର୍ତ୍ତନ ହେବାର ଯୋଜନା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।’

What's Your Reaction?

like

dislike

love

funny

angry

sad

wow