ରାଜ୍ଯରେ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ

Sep 5, 2024 - 14:13
 0  1
ରାଜ୍ଯରେ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ

ଚଳିତ ବର୍ଷଠୁ ରାଜ୍ଯରେ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ରୋକିବାକୁ ନୂଆ ଯୋଜନାକୁ ମିଳିଛି  ରାଜ୍ୟ କ୍ୟାବିନେଟର ଅନୁମୋଦନ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ବର୍ଷ ଏହି ଯୋଜନାରେ  ଉପକୃତ ହେବେ  ୩ ଲକ୍ଷ ଛାତ୍ରଛାତ୍ରୀ। ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବା ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ଏହି ଯୋଜନା ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା  ।

What's Your Reaction?

like

dislike

love

funny

angry

sad

wow