ଅସହାୟଙ୍କୁ ସାହାଯ୍ୟ କଲେ, ରାଖୀ ବନ୍ଧାଇ ମିଠା ଖୁଆଇଲେ ସାଂସଦ !

Aug 29, 2026 - 15:02
 0  0
ଅସହାୟଙ୍କୁ ସାହାଯ୍ୟ କଲେ, ରାଖୀ ବନ୍ଧାଇ ମିଠା ଖୁଆଇଲେ ସାଂସଦ !

ଅନେକ ସମୟରେ ନେତା ମାନେ ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କୁ ଠକିଥିବାର ଆମେ ଦେଖିଛେ । ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତିଙ୍କୁ  ଫୋନ କଲ୍‌ ଯୋଗେ ଯାହା ପ୍ରତିଶୃତି ଦେଇଥିଲେ ଆଜି ତାକୁ ପାଳନ କରିଛନ୍ତି । 

ଅନେକ ସମୟରେ ନେତା ମାନେ ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କୁ ଠକିଥିବାର ଆମେ ଦେଖିଛେ । ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତିଙ୍କୁ  ଫୋନ କଲ୍‌ ଯୋଗେ ଯାହା ପ୍ରତିଶୃତି ଦେଇଥିଲେ ଆଜି ତାକୁ ପାଳନ କରିଛନ୍ତି । ସୂଚନା ମୁତାବକ ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ଗୋଡିଶୂଳ ଗ୍ରାମର ବିଦ୍ୟାଧର ମୁର୍ମୁ  ୨୦୧୯ ମସିହାରୁ ମେରୁଦଣ୍ଡ ଜନିତ ରୋଗ  କାରଣରୁ ଶଯ୍ୟାଶାୟୀ ହୋଇପଡିଥିଲେ ।

ଶଯ୍ୟାଶାୟୀ କାରଣରୁ ସେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ, ନିଜ ଦୈନନ୍ଦିନ କାର୍ଯ୍ୟପାଇଁ ମଧ୍ୟ ଅନ୍ୟର ସାହାର୍ୟ୍ୟ ଲୋଡୁଥିଲେ । ଏତେ ଦିନ ଯାଏଁ ଶଯ୍ୟାଶାୟୀ ହେବା ଫଳରେ ତାଙ୍କ ପିଠି ପଟେ ଘା ମଧ୍ୟ ହୋଇଯାଇଥିଲା । ଏହି ଅସହ୍ୟ କଷ୍ଟ ସହିନପାରି ସେ କିଛି ଦିନ ପୂର୍ବେ ସାଂସଦ ଶ୍ରୀ ଷଡଙ୍ଗୀଙ୍କୁ ଫୋନ କରି ଏକ ହାଇଡ୍ରୋଲିକ ଖଟ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ସାଂସଦ ବିଦ୍ୟାଧରଙ୍କ ଘରେ ପହଞ୍ଚି ତାଙ୍କୁ ଏକ ହାଇଡ୍ରୋଲିକ ଖଟ ପ୍ରଦାନ କରିବା ସହ କିପରି ତାଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଇପାରିବ ସେ ନେଇ ଡାକ୍ତରଙ୍କ ସହ ଯୋଗାଯୋଗ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । 

ବିଦ୍ୟାଧର ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଥିବା ବେଳେ ତାଙ୍କୁ କାହିଁକି ଦିବ୍ୟାଙ୍ଗ ଭତ୍ତା ମିଳୁନାହିଁ ସେ ନେଇ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ତାଙ୍କୁ ଭତ୍ତା ପ୍ରଦାନ କରାଇବେ ବୋଲି କହିଛନ୍ତି ସାଂସଦ ଶ୍ରୀ ଷଡଙ୍ଗୀ । ବିଦ୍ୟାଧରଙ୍କ ପବିତ୍ର ରକ୍ଷା ବନ୍ଧନରେ ରାଖୀ ବାନ୍ଧି ମିଠା ଖୁଆଇବା ସହ  ସୁରକ୍ଷା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । 

What's Your Reaction?

like

dislike

love

funny

angry

sad

wow