ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ନିଲମ୍ବିତ
Prafulla Mallik has been suspended from the BJD. Acting on the instructions of Naveen Patnaik, BJD Vice-President Pratap Jena suspended him for engaging in anti-party activities. Mallik is a former MLA from Kamakhyanagar. Reacting to the suspension, he said, “I had already resigned from the party earlier. Only after that, they suspended me. I have not engaged in any anti-party work. I don’t even know the exact reason for the suspension.”
ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ତାଙ୍କୁ ନିଲମ୍ବନ କରଛନ୍ତି ବିଜେଡି ଉପସଭାପତି ପ୍ରତାପ ଜେନା । କାମାଖ୍ୟାନଗରର ପୂର୍ବତନ ବିଧାୟକ ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ତେବେ ଏ ପ୍ରସଙ୍ଗରେ ସେ କହିଛନ୍ତି ଯେ,ମୁଁ ପ୍ରଥମେ ଦଳରୁ ଦେଇସାରିଛି ଇସ୍ତଫା । ତା ପରେ ସେମାନେ ମୋତେ କରିଛନ୍ତି ନିଲମ୍ବିତ। ମୁଁ କିଛି ଦଳ ବିରୋଧୀ କାମ କରିନି।କିନ୍ତୁ ନିଲମ୍ୱର କାରଣ କଣ ମୁଁ ଜାଣିନି ବୋଲି ସଫା ସଫା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ସବଚନା ଯୋଗ୍ୟ, ଗୁରୁବାର ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ ପ୍ରଫୁଲ୍ଲ ମଲ୍ଲିକ । କହିଥିଲେ ଯେ, ସେ ଏବେ ବିଜେଡିରେ ଅଛନ୍ତି କିନ୍ତୁ କୌଣସି ସାଙ୍ଗଠନିକ କାମରେ ଯୋଗ ଦେଉନାହାନ୍ତି । ଆଗକୁ ଯଦି ଦଳ ଠିକ୍ ଭାବେ ଚାଲିବନି ତେବେ ସେ ଦଳଠୁ ଦୂରେଇ ଯିବେ । ସେ ଆହୁରି ମଧ୍ୟ କହିଥିଲେ ଯେ, ବିରୋଧୀ ଦଳ ଭାବେ ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଉନି ବିଜେଡି । ଆଉ ଏହାପରେ ଆଜି ତାଙ୍କୁ ଦଳରୁ କରାଯାଇଛି ନିଲମ୍ବନ ।
What's Your Reaction?