ପ୍ରକାଶ ପାଇଲା ନିଟ- ୟୁଜି ପରୀକ୍ଷା ଫଳ
ପ୍ରକାଶ ପାଇଲା ନିଟ- ୟୁଜି ପରୀକ୍ଷା ଫଳ। ନ୍ଯାସନାଲ ଟେଷ୍ଟିଂ ଏଜେନସି ବା ଏନଟିଏ ଓ୍ବେବସାଇଟରେ ଅପଲୋଡ ହେଲା ସହରଓ୍ବାରୀ ଓ କେନ୍ଦ୍ରଓ୍ବାରୀ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ । ଶନିବାର ଛାତ୍ରଛାତ୍ରୀଙ୍କ ଫଳ ଅପଲୋଡ କରିବା ଲାଗି ଗତ ୧୮ ତାରିଖରେ ଶୁଣାଣି ବେଳେ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚଅଦାଲତ। ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବ, ଏହି ଫଳରୁ ଜଣାପଡ଼ିବ। ତା’ହେଲେ ଯାଇ ପୁନଃ ପରୀକ୍ଷା କରାଯାଇ ପାରିବ ବୋଲି ସର୍ତ୍ତ ରଖିଥିଲେ ସର୍ବୋଚ୍ଚ ଅଦାଲତ।
Jangyaseni Parida