ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ଆଜି ସାରା ଦେଶରେ ଓପିଡି ସେବା ବନ୍ଦ

କୋଲକାତାର ଆର.ଜି. କର ମେଡିକାଲ କଲେଜ ହାସପାତାଳରେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଛି ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ । ଅଭିଯୁକ୍ତଜଣକ ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ କରିଥିଲା ଦୁଷ୍କର୍ମ ।ମୁହଁକୁ ବହୁଥର ଆକ୍ରମଣ କରାଯାଇଥିବା ବେଳେ ଭାଙ୍ଗି ଯାଇଥିଲା ତାଙ୍କ ଚଷମା। ଏପରିକି ତାଙ୍କ ଆଖିରେ ପଶିଯାଇଥିଲା ଚଷମା କାଚର କିଛି ଅଂଶ। ଏହାପରେ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ। ପ୍ରବଳ ମାଡ ଯୋଗୁ ପୀଡ଼ିତାଙ୍କ ବେକ ହାଡ଼ ଭାଙ୍ଗି ଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ହୋଇଛି ସ୍ପଷ୍ଟ। ସେପଟେ ଏହି ଘଟଣା ପ୍ରତିବାଦରେ ସାରା ଦେଶରେ ତେଜୁଛି ଅସନ୍ତୋଷ। ଆଜି ଧାରଣାରେ ବସିଛନ୍ତି ଦେଶର ସମସ୍ତ ଘରୋଇ, ଆବାସିକ ହାସପାତାଳର ଶହଶହ ଡାକ୍ତର। ଫଳରେ ବାଧାପ୍ରାପ୍ତ ହୋଇଛି ଚିକିତ୍ସାସେବା । ଅଭିଯୁକ୍ତକୁ ଗିରଫ କରାଯିବା ସତ୍ତ୍ୱେ ମଧ୍ଯ ସନ୍ତୁଷ୍ଟ ନୁହନ୍ତି ଡାକ୍ତରମାନେ। ମାମଲାର ସିବିଆଇ ତଦନ୍ତ , ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ସାହାଯ୍ୟ ରାଶି ପ୍ରଦାନ ଓ ସବୁ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସେମାନେ କରୁଛନ୍ତି ଦାବି।ଅନ୍ୟପକ୍ଷେ ବଡ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ରବିବାର ସୁଦ୍ଧା ରାଜ୍ୟ ପୁଲିସ ମାମଲାର ତଦନ୍ତ ନସାରିଲେ ସିବିଆଇକୁ ତଦନ୍ତଭାର ଦିଆଯିବ ବୋଲି ଘୋଷଣା କରିଛନ୍ତି ମମତା ବାର୍ନାଜୀ ।
What's Your Reaction?






