ଛାତ୍ରଛାତ୍ରୀଙ୍କ ପାଇଁ ନିୟମ କଡାକଡି କଲା ସିବିଏସି

The Central Board of Secondary Education (CBSE) has implemented strict rules for students. Those who fail to reach the examination center on time will not be allowed to appear for the exam. The CBSE Class 10 and Class 12 examinations are set to begin from tomorrow. CBSE has fixed a time limit for students to arrive at the examination centers. The exam will start at 10:30 AM, but students have been instructed to reach the center by 10:00 AM. Students are also advised to leave early, considering distance and any unfavorable conditions, to avoid delays.

Feb 16, 2026 - 17:34
 0  1
ଛାତ୍ରଛାତ୍ରୀଙ୍କ ପାଇଁ ନିୟମ କଡାକଡି କଲା ସିବିଏସି

ଛାତ୍ରଛାତ୍ରୀଙ୍କ ପାଇଁ ନିୟମ କଡାକଡି କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତଥା ସିବିଏସି । ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ଦେଇପାରିବେନି ପରୀକ୍ଷା । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସିବିଏସି ଦ୍ୱାଦଶ ଏବଂ ଦଶମ ଶ୍ରେଣୀ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ସମୟସୀମା ସ୍ଥିର କରିଛି ସିବିଏସି । ପରୀକ୍ଷା ସକାଳ ସାଢେ ୧୦ଟାରେ ଆରମ୍ଭ ହେବ । ହେଲେ ୧୦ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ଜାରି ହୋଇଛି ନିର୍ଦ୍ଦେଶ। ଦୂରତା କିମ୍ବା ଅନ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ଆଗୁଆ ବାହାରିବାକୁ ଦିଆଯାଇଛି ପରାମର୍ଶ ।

What's Your Reaction?

like

dislike

love

funny

angry

sad

wow