ଜ୍ୱର, ଥଣ୍ଡା, ଆଲର୍ଜି ପାଇଁ ବ୍ୟବହୃତ ୧୫୬ଟି ଔଷଧ ଉପରେ ଲାଗିଲା ପ୍ରତିବନ୍ଧକ

Aug 24, 2024 - 15:33
 0  8
ଜ୍ୱର, ଥଣ୍ଡା, ଆଲର୍ଜି ପାଇଁ ବ୍ୟବହୃତ ୧୫୬ଟି ଔଷଧ ଉପରେ ଲାଗିଲା ପ୍ରତିବନ୍ଧକ

ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ବା ଏଫଡିସି ଔଷଧ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ରସରକାର।  ମଣିଷ ଶରୀର ଉପରେ ଏଗୁଡିକକୁପ୍ରଭାବ ପକାଉଥିବାରୁ ଏହି ଔଷଧ ଗୁଡିକ ତିଆରି, ବିକ୍ରି ଓ ବିତରଣ ଉପରେ ଜାରି ହୋଇଛି ନିଷେଧାଦେଶ। ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦନକୁ ଆନୁପାତିକ ହାରରେ ନିଆଯାଇ ପ୍ରସ୍ତୁତ କରାଯାଇଥାଏ ଏହି ଏଫଡିସି ଔଷଧ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ପ୍ରକାଶ ପାଇଛି ଏକ ଗେଜେଟ୍ ବିଜ୍ଞପ୍ତି। ଏସିକ୍ଲୋଫେନାକ ଓ ପାରସିଟାମଲ ମିଶ୍ରଣ , ମେଫେନାମିକ ଯୁକ୍ତ ପାରାସିଟାମଲ୍ ଇଞ୍ଜେକସନ, ସେଟ୍ରିଜିନ HCL, ପାରାସିଟାମଲ୍ ଓ ଫିନାଇଲେଫ୍ରିନ HCL ମିଶ୍ରଣ, ଲିଭୋସେଟ୍ରିଜିନ୍, ଫିନାଇଲେଫ୍ରିନ HCL ଓ ପାରାସିଟାମଲ୍ ମିଶ୍ରଣ, କାମିଲୋଫିନ ଡିହାଇଡ୍ରୋକ୍ଲୋରାଇଡ୍ ଓ ପାରାସିଟାମଲ ମିଶ୍ରଣ ଭଳି ଅନେକ ମିଶ୍ରଣ ଥିବା ଔଷଧକୁ କରାଯାଇଛି ପ୍ରତିବନ୍ଧକ । 

What's Your Reaction?

like

dislike

love

funny

angry

sad

wow