ନୟାଗଡ଼ର ୪ କାରାଗାରରେ ଚଢ଼ାଉ, ପ୍ରଚୁର ନିଶାଦ୍ରବ୍ୟ ଜବତ

Aug 25, 2024 - 11:32
 0  2
ନୟାଗଡ଼ର ୪ କାରାଗାରରେ ଚଢ଼ାଉ, ପ୍ରଚୁର ନିଶାଦ୍ରବ୍ୟ ଜବତ

ଆଜି ନୟାଗଡ ଜିଲ୍ଲାର ମୁଖ୍ୟ କାରାଗାର ସମେତ ରଣପୁର, ଦଶପଲ୍ଲା, ଖଣ୍ଡପଡା ଉପକାରାଗାରରେ ହୋଇଛି ବଡ଼ ଧରଣର ଚଢ଼ାଉ । କାରାଗାର ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ମିଳିବା ପରେ ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଚଢାଉ ନିର୍ଦ୍ଦେଶ ଦେଇଥିଲେ ନୟାଗଡ଼ ଏସପି ରାହୁଲ ଜୈନ। ଚଢ଼ାଉ ବେଳେ କାରାଗର ଭିତରୁ ପୁଳା ପୁଳା ଗୁଟଖା ,ବିଡି, ସିଗାରେଟ,ଗଞ୍ଜେଇ, ଖଇନି ଓ ଦିଆସିଲି ଆଦି ହୋଇଛି ଜବତ । ଏହାସହ ଅନ୍ତେବାସୀଙ୍କଠାରୁ ପ୍ରାୟ ୧୫ ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ୍ । ତେବେ କଡ଼ା ସୁରକ୍ଷା ଭିତରେ କାରାଗର ଭିତରକୁ ନିଶାଦ୍ରବ୍ୟ କିଏ ଓ କେମିତି ପଠାଉଛି, ତାକୁ ନେଇ ପ୍ରଶ୍ନୂବାଚୀ  ସୃଷ୍ଟି ହୋଇଥିବାବେଳେ ଆରମ୍ଭ ହୋଇଛି ତନାଘନା । 

What's Your Reaction?

like

dislike

love

funny

angry

sad

wow