ଅକ୍ଷୟ ତୃତୀୟାରେ ସୁନା ବିକ୍ରି ହୋଇଛି ୨ଶହ କୋଟି ଟଙ୍କା
ଏଥର ଚଢ଼ା ଦର ମଧ୍ୟରେ ବି ଅକ୍ଷୟ ତୃତୀୟାରେ ବେଶ ସୁନା କିଣିଛନ୍ତି ଗ୍ରାହକ।ରାଜ୍ୟରେ ବିକ୍ରି ହୋଇଛି ୨ଶହ କୋଟି ଟଙ୍କାର ସୁନା। ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ଦର ହୋଇଯାଇଛି ୫୨ ହଜାର ଟଙ୍କାରୁ ଅଧିକ ମହଙ୍ଗା।ଏହାସତ୍ତ୍ୱେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା ଆଡ଼ ଆଡ଼କୁ ମୁହାଁଇଛନ୍ତି ଲୋକେ। ଏ ବର୍ଷ ବିକ୍ରିରେ ଅଭିବୃଦ୍ଧି ହୋଇଛି ପ୍ରାୟ ୧୦%।ଗତବର୍ଷ ଅକ୍ଷୟ ତୃତୀୟାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ଥିଲା ପ୍ରାୟ ପାଖାପାଖି ୯୦ ହଜାର ଟଙ୍କା। ଏ ବର୍ଷ ଏହା ଲକ୍ଷେ ୪୨ ହଜାର ଟଙ୍କା ଉପରେ। ଅର୍ଥାତ୍ ବର୍ଷକରେ ଦର ପାଖାପଖି ବୃଦ୍ଧି ପାଇଛି ୬୦ ପ୍ରତିଶତ।
What's Your Reaction?