ଆମେରିକା ରାଷ୍ଟ୍ରପତି ଦୌଡରୁ ଓହରିଲେ କେନେଡି

ଆମେରିକା ରାଷ୍ଟ୍ରପତି  ଦୌଡରୁ ଓହରିଲେ କେନେଡି

ଆମେରିକାର ରାଷ୍ଟ୍ରପତି ଦୌଡରୁ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି ରବର୍ଟ ଏଫ କେନେଡି ଜ୍ରୁ। ବର୍ତ୍ତମାନ ସେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ କରିବେ ସମର୍ଥନ। ନିର୍ବାଚନ କ୍ଷେତ୍ରରେ ରହି ଗଣତାନ୍ତ୍ରିକ ପ୍ରାର୍ଥୀ କମଲା ହାରିସଙ୍କୁ ସାହାଯ୍ୟ କରିବାକୁ ଚାହୁଁନାହାଁନ୍ତି କେନେଡି। ଗତ କିଛି ସପ୍ତାହ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ବାର୍ତ୍ତାଳାପ ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନେଡି ଜ୍ରୁ ।କେନେଡି ଏପ୍ରିଲ ୨୦୨୩ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆହ୍ୱାନ କରିବା ପାଇଁ ରାଷ୍ଟ୍ରପତି ନିର୍ବାଚନ ଦୌଡରେ କରିଥିଲେ ପ୍ରବେଶ। ଏହା ପରେ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇଥିଲେ ନିଷ୍ପତ୍ତି।