ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Aug 24, 2024 - 12:17
 0  3
ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଅତି ଶ୍ରୀଘ ଏଏସଆଇ ତରଫରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କରିବାକୁ ଚିଠିରେ ରହିଛି ଉଲ୍ଲେଖ ।ଉନ୍ନତ ଅନୁଷ୍ଠାନ ଯଥା ଆଇଆଇଟି ବିଶେଷଜ୍ଞ ଓ ସିବିଆରଆଇ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ପାଇଁ କରାଯାଇଛି ଅନୁରୋଧ। ଏଥିନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତିରେ ଲେଜର ସ୍କାନିଂ ଓ ଜିପିଆରଏସ ଭଳି ଅତ୍ୟାଧୁନିକ ଭାବରେ ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଦେଇଛନ୍ତି ପ୍ରତିଶ୍ରୁତି।ଯାଞ୍ଚ ସମୟରେ ନୀତିକାନ୍ତି ବ୍ୟାଘାତ ନହେବା ପାଇଁ ଛତିଶା ନିଯୋଗ ଓ ପରିଚାଳନା କମିଟି ତରଫରୁ କରାଯିବ ନୀତି ସାରଣୀ। ଯାଞ୍ଚ ଓ ମରାମତି ପାଇଁ ପୂର୍ବରୁ ଯେଉଁ SOP ପ୍ରସ୍ତୁତ କରାଯାଇଛି ସେହି କ୍ରମରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

What's Your Reaction?

like

dislike

love

funny

angry

sad

wow