ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଅଧିକାରୀଙ୍କ ଛୁଟି ବାତିଲ
From today until the 4th, all leaves of government officials in Puri district have been cancelled. Strict instructions have been issued not to leave headquarters. Keeping in view the heavy crowd expected during the 2026 New Year, the District Collector has issued these directives. This step has been taken considering the large influx of tourists and devotees to Puri. On New Year’s Day, the Shree Jagannath Temple will remain under extensive security cover. For orderly darshan, devotees’ safety, and smooth traffic management, more than 70 platoons of police force will be deployed across the city. The entire city has been brought under CCTV surveillance. The Shree Jagannath Temple administration has also emphasized ensuring that devotees coming for darshan are not deprived of it. The Lord’s night rituals will be completed by 11 PM on December 31. The temple doors will be opened from 2 AM, and from that moment devotees will be allowed to have darshan. For the convenience of devotees, barricades and shed arrangements have been made from Market Chhak onwards. Entry will be allowed only through the Singhadwara (Lion’s Gate), while exit will be through the other three gates. Volunteers will be deployed to assist senior citizens and persons with disabilities in having darshan.
ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ହୋଇଛି ବାତିଲ । ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ଦିଆଯାଇଛି କଡା ନିର୍ଦ୍ଦେଶ । ୨୦୨୬ ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ। ପୁରୀରେ ପ୍ରବଳ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ପଦକ୍ଷେପ । ନୂଆବର୍ଷରେ ବ୍ୟାପକ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର । ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ସହରରେ ମୁତୟନ ହେବେ ୭୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ । ସମଗ୍ର ସହରକୁ ରଖାଯାଇଛି ସିସିଟିଭି ବଳୟ ମଧ୍ୟରେ। ସେହିପରି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ଯେଭଳି ଦର୍ଶନରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ମଧ୍ୟ ଗୁରୁତ୍ଵ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଡିସେମ୍ବର ୩୧ ରାତି ୧୧ଟା ସୁଦ୍ଧା ସମ୍ପନ୍ନ ହେବ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି I ମଧ୍ୟରାତ୍ର ୨ଟାରୁ ଫିଟାଯିବ ଦ୍ବାର l ସେହି ମୁହୂର୍ତ୍ତରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତଗଣ ଯେଉଁମାନଙ୍କ ସୁବିଧା ପାଇଁ କରାଯାଇଛି ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ସହିତ ସେଡ୍ ବ୍ୟବସ୍ଥା । ପ୍ରବେଶ ହେବ କେବଳ ସିଂହଦ୍ଵାରରେ, ଓ ଅନ୍ୟ ତିନି ଦ୍ଵାରରେ ହେବ ପ୍ରସ୍ଥାନ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନରେ ସହାୟତା ପାଇଁ ନିୟୋଜିତ ହେବେ ସ୍ବେଚ୍ଛାସେବୀ।
What's Your Reaction?