ରବିବାର ଆଡ଼ପ ବିଜେ କରିବେ ତିନିଠାକୁର

Although the chariot pulling was scheduled for 9:30 AM, it began at 9:25 AM. The Nandighosa chariot reached Gundicha Temple by 11:17 AM without any ritual delays. As in previous years, the chariot pulling took two days. Chief Administrator Aravind Padhi said all duties were carried out smoothly. Preparations for Adapa Mandap rituals have started and the "Adapa Mandap Bije" will take place on Sunday. He added that all future rituals will proceed properly. With all three deities absent from the main temple, repair work inside the sanctum has also commenced, including maintenance of the Ratna Bhandar (temple treasury).

Jun 28, 2025 - 14:25
 0  1
ରବିବାର ଆଡ଼ପ ବିଜେ କରିବେ ତିନିଠାକୁର

ଠିକ୍ ସମୟରେ ଲାଗିଛି ବଡ଼ଠାକୁରଙ୍କ ରଥ । ରଥଟଣା ପାଇଁ ସାଢେ଼ ୯ ଟା ସମୟ ଧାର୍ଯ୍ୟ ହୋଇଥିଲେ ବି ୯ ଟା ୨୫ ରେ ଆରମ୍ଭ ହୋଇଥିଲା ରଥଟଣା । ୧୧ ଟା ୧୭ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ରଥ।କୌଣସି ନୀତିରେ ହୋଇନାହିଁ ସମସ୍ୟା  । ଅନ୍ୟ ବର୍ଷ ଭଳି ଏବର୍ଷ ବି  ହୋଇଛି ଦୁଇ ଦିନ ରଥଟଣା।  ସମସ୍ତେ ନିଜର ଦାୟିତ୍ଵ ନିର୍ବାହ କରିଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ ଆହୁରି କହିଛନ୍ତି ଯେ, ଆଡ଼ପମଣ୍ଡପ ପହଣ୍ଡି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରବିବାର ହେବ ଆଡ଼ପ ମଣ୍ଡପ ବିଜେ।  ଆଗାକୁ  ଠିକ ଚାଲିବ ସବୁ ନୀତିକାନ୍ତି। ସେପଟେ ତିନିଠାକୁର ବଡଦେଉଳରେ ନଥିବାବେଳେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ କାମ । ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ବି ଚାଲିବ ବୋଲି ମିଳିଛି ସୂଚନା। 

What's Your Reaction?

like

dislike

love

funny

angry

sad

wow