ତାମିଲନାଡୁ କଲ୍ଲାକୁରିଚିରେ ବିଷାକ୍ତ ମଦ ନେଲା ୨୫ ଜୀବନ

Jun 20, 2024 - 11:48
 0  2
ତାମିଲନାଡୁ କଲ୍ଲାକୁରିଚିରେ ବିଷାକ୍ତ ମଦ ନେଲା ୨୫  ଜୀବନ

ତାମିଲନାଡ଼ୁର କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ୍ୟପାନ କରି ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅସୁସ୍ଥ ହୋଇ ହାସପାତାଳରେ ଭର୍ତ୍ତି ହୋଇଛନ୍ତି ୬୦ରୁ ଅଧିକ ଲୋକ  ।ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ରହିଛି ସମ୍ଭାବନା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବେଆଇନ ଭାବେ ମଦ ବିକ୍ରି କରୁଥିବା କେ. କନ୍ନୁକୁଟ୍ଟିଙ୍କୁ ଗିରଫ କରାଯାଇଥିବା କହିଛନନ୍ତି ଜିଲ୍ଲାପାଳ ।ତାଙ୍କ ନିକଟରୁ ୨ଶହ ଲିଟର ମଦ ଜବତ ହୋଇଥିବା ବେଳେ ତାହାକୁ ପରୀକ୍ଷା ନିମନ୍ତେ ଲ୍ୟାବ୍‌କୁ ପଠାଯାଇଥିଲା। ଏହାପରେ ସେଥିରେ ବିଷାକ୍ତ ମିଥାଇଲ ନାମକ ପଦାର୍ଥ ଥିବା ହୋଇଛି ଅଭିଯୋଗ। ତେବେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେଉଁ କାରଣ ପାଇଁ ଏପରି ବିଷାକ୍ତ ମଦ ବଜାରକୁ ଆସିଲା ଏବଂ ଏହାକୁ ରୋକିବା ପାଇଁ ନିୟୋଜିତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ 

What's Your Reaction?

like

dislike

love

funny

angry

sad

wow