ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ

Jun 20, 2024 - 11:53
 0  2
ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିବସ। ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ ।ରାଇରଙ୍ଗପୁରରୁ ରାଇସିନା ହିଲରେ ପହଂଚି ଦେଶର ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । ଦେଶର ପ୍ରଥମ ଆଦିବାସୀ ଭାବେ ସେ ଅଳଙ୍କୃତ କରିଛନ୍ତି ରାଷ୍ଟ୍ରପତି ଆସନ । ଦ୍ରୌପଦୀ ମୁର୍ମୁ ଜଣେ ମିଷ୍ଟଭାଷୀ ନେତ୍ରୀ । ଯିଏ କି ନିଜ କଠିନ ପରିଶ୍ରମ ବଳରେ ଓଡ଼ିଶା ରାଜନୀତିରେ କରିଥିଲେ ପ୍ରବେଶ ।୨୦୨୨ରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ସର୍ବୋଚ୍ଚ ପଦବୀରେ ବସିଛନ୍ତି । ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗ୍ରାମରେ ଆଦିବାସୀ ପରିବାର ବିରଂଚି ନାରାୟଣ ଟୁଡୁଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।

What's Your Reaction?

like

dislike

love

funny

angry

sad

wow