ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା , କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

Sep 18, 2026 - 13:54
ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା , କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ୧୯ ବର୍ଷୀୟ 

ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ୧୯ ବର୍ଷୀୟ ଯୁବକ ଶିବମ୍ ଗଣେଶ ସମେତ ୩ ଜଣ ନାବାଳକଙ୍କୁ ପୁଲିସ ଗିରଫ କରିବା ସହ ଅଭିଯୁକ୍ତମାନଙ୍କ ବ୍ୟବହୃତ ଏକ ଗାଡ଼ି ଓ ରକ୍ତଭିଜା ଛୁରୀ ଜବତ କରିଛି। ଗିରଫମାନଙ୍କ ମଧ୍ୟରୁ ଜଣେ ମୃତକଙ୍କ ପରିଚିତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ଏହି ଅପରାଧ ଘଟିଥିବା ସନ୍ଦେହ କରାଯାଉଛି। ରବିବାର ସକାଳେ ସ୍ୱରୂପ ନଗରର କୁଶକ ରୋଡ୍ ନିକଟସ୍ଥ ଏକ ବିଲରେ ସ୍ଥାନୀୟ ଲୋକେ ଗୋଟିଏ କ୍ଷତବିକ୍ଷତ ଶବକୁ କୁକୁର ଖାଉଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ମୃତଦେହଟି ପୂରା ପଚିଯାଇଥିବାରୁ ଏବଂ ଚେହେରା ବିକୃତ ହୋଇଯାଇଥିବାରୁ ପ୍ରଥମେ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ମାତ୍ର ପରବର୍ତ୍ତୀ ସମୟରେ ବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଏବଂ ଶରୀରରେ ୮ଟି ଗଭୀର ଆଘାତ ଚିହ୍ନ ଥିବା ସ୍ପଷ୍ଟ ହୋଇଥିଲା। ଶରୀରରୁ ଗୋଟିଏ ହାତ ଗାଏବ ଥିବା ବେଳେ ପେଟ ଓ ମୁହଁ ନଷ୍ଟ ହୋଇଯାଇଥିଲା।

ତଦନ୍ତକାରୀ ଅଧିକାରୀଙ୍କ ଅନୁଯାୟୀ, ଗତ ଶୁକ୍ରବାର ରାତିରେ ପୀଡ଼ିତା ଜଣକ ତାଙ୍କର ଜଣେ ୧୭ ବର୍ଷୀୟ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ। ପ୍ରଥମେ ଉକ୍ତ ବାଳକ ଜଣକ ତାଙ୍କୁ ଦୁଷ୍କର୍ମ କରିବା ପରେ ନାବାଳିକା ଜଣକ ପୁଲିସକୁ ଜଣାଇବାକୁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ସେ ନିଜର ଅନ୍ୟ ୩ ଜଣ ସାଥୀଙ୍କୁ ଡାକିଥିଲେ। ସମସ୍ତେ ମଦ୍ୟପାନ କରିଥିବା ବେଳେ ସଂଘବଦ୍ଧ ଭାବେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କୁ ବିଲକୁ ନେଇ ୬ ଥରରୁ ଅଧିକ ଛୁରୀ ମାରି ହତ୍ୟା କରିଥିଲେ ଏବଂ ପତ୍ର ଓ ମାଟି ପକାଇ ଶବକୁ ଲୁଚାଇ ପଳାଇଥିଲେ।

ଅତିରିକ୍ତ ଡିସିପି ଲୋକେଶ୍ୱରନ୍ ଆର୍ ଏବଂ ଏସିପି ରବିନ୍ଦ୍ର ଆହ୍ଲାୱାତଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳର ୫୦ରୁ ଅଧିକ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲେ। ଏହି ସମୟରେ ଏକ ସନ୍ଦିଗ୍ଧ ଟେମ୍ପୋର ଗତିବିଧି ନଜରକୁ ଆସିଥିଲା। ଗାଡ଼ି ନମ୍ବର ସ୍ପଷ୍ଟ ନଥିଲେ ବି ଛାନଭିନ୍ କରି ପୁଲିସ ଖାଡ଼ା କୋଲୋନିରୁ ଉକ୍ତ ଟେମ୍ପୋକୁ ଚିହ୍ନଟ କରିବା ସହ ଗୁରୁବାର ରାତିତମାମ ଅଭିଯାନ ଚଳାଇ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ।

ମୃତ ନାବାଳିକା ଜଣକ ପାଠପଢ଼ା ଛାଡ଼ି ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସ୍ୱରୂପ ନଗରରେ ଅଲଗା ରହି ଚାକିରି ଖୋଜୁଥିଲେ। ସେ ଦୁଇ ଦିନ ଧରି ନିଖୋଜ ଥିବା ସମ୍ପର୍କରେ ପରିବାର ଲୋକେ ଅବଗତ ନଥିବାରୁ କୌଣସି ନିଖୋଜ ଏତଲା ଦିଆଯାଇ ନଥିଲା। ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଗଣ ଦୁଷ୍କର୍ମ ଏବଂ ପ୍ରମାଣ ନଷ୍ଟ ମାମଲା ରୁଜୁ କରି ଅଧିକ ଫୋରେନ୍ସିକ୍ ତଦନ୍ତ ଜାରି ରଖିଛି। 

What's Your Reaction?

like

dislike

love

funny

angry

sad

wow