ନକ୍ସଲ ମୁକାବିଲା ବୈଠକ; କେନ୍ଦ୍ରକୁ ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Oct 7, 2024 - 18:01
 0  2
ନକ୍ସଲ ମୁକାବିଲା ବୈଠକ; କେନ୍ଦ୍ରକୁ ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଦିଲ୍ଲୀରେ ବସିଥିଲା ନକ୍ସଲ ମୁକାବିଲା ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଉପସ୍ଥିତ ରହିଥିଲେ ମୋହନ ମାଝୀଙ୍କ ସହ ୮ ନକ୍ସଲପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ ଏହି ବୈଠକରେ କେନ୍ଦ୍ରକୁ ଫୋର୍ସ ହେଲିକପ୍ଟର ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯାନ ତୀବ୍ର କରିବାକୁ ୧୨ କଂପାନୀ ଫୋର୍ସ ଓ ହେଲିକପ୍ଟର ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିସହ ସେ କହିଛନ୍ତି ଯେ, ଏ ସଂପର୍କରେ ବୈଠକରେ ଗୃହମନ୍ତ୍ରୀଙ୍କର କରିଛି  ଦୃଷ୍ଟି ଆକର୍ଷଣ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାମ ପାଇଁ ଚାହିଁଛି ସହଯୋଗ  । ଗୁରୁତ୍ବର ସହ ଏନେଇ ବିଚାର କରିବାକୁ କଥା ଦେଇଛନ୍ତି ଗୃହମନ୍ତ୍ରୀ  । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଲକ୍ଷକୁ ନେଇ ଆମେ କାମ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

What's Your Reaction?

like

dislike

love

funny

angry

sad

wow