ବଢିଲା ତୃଣମୂଳ କଂଗ୍ରେସର ଅଡୁଆ, ରାଜ୍ଯସଭା ପଦରୁ ଇସ୍ତଫା ଦେଲେ ଜବାହାର ସରକାର

Sep 8, 2024 - 15:45
 0  3
ବଢିଲା ତୃଣମୂଳ କଂଗ୍ରେସର ଅଡୁଆ, ରାଜ୍ଯସଭା ପଦରୁ ଇସ୍ତଫା ଦେଲେ ଜବାହାର ସରକାର

 କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ତୃଣମୂଳ କଂଗ୍ରେସ ଲାଗି ବଢିଲା ଅଡୁଆ। ରାଜ୍ଯସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜବାହାର ସରକାର। ଏତେ ବଡ ଘଟଣାକୁ ଯେଉଁଢଙ୍ଗରେ ପଶ୍ଚିମବଙ୍ଗ ସରକାର ଗ୍ରହଣ କଲେ ତାହାକୁ ନେଇ ପ୍ରତିବାଦ କରିଛନ୍ତି ଜବାହାର।ଏନେଇ ସେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଛନ୍ତି ପତ୍ର ,ଯେଉଁଥିରେ ସେ ରାଜ୍ଯରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ଏବଂ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ସରକାର କିଛି କରୁନାହାନ୍ତି ବୋଲି କରିଛନ୍ତି ଅଭିଯୋଗ । ସେହିପରି ଦଳ ଭିତରେ ଶୃଙ୍ଖଳା ନଥିବା ମଧ୍ୟ କହିଛନ୍ତି ଜବାହାର ।

What's Your Reaction?

like

dislike

love

funny

angry

sad

wow