ଦୁର୍ଗାପୂଜାରେ ଲେଜର ଲାଇଟ୍ ଉପରେ ଲାଗିଲା କଟକଣା

ଚଳିତ ବର୍ଷ ଦୁର୍ଗାପୂଜାରେ ଲେଜର ଲାଇଟ୍ ଉପରେ ଲାଗିଲା କଟକଣା । ପୂଜା ବେଳେ ଲେଜର ଲାଇଟ୍ ବ୍ୟବହାର କରିପାରିବେନି ପୂଜା କମିଟି । ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେହିଭଳି ପୂଜା ଭସାଣୀ ବେଳେ ଫାୟାର ଗନ୍ ବ୍ୟବହାର ଉପରେ ମଧ୍ୟ ଲାଗିଛି କଟକଣା । ଲେଜର ଲାଇଟ ଓ ଫାୟାର ଗନ୍ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।
What's Your Reaction?






