ମନୀଷ ସିସୋଦିଆଙ୍କୁ ସର୍ବୋଚ୍ଚଅଦାଲତରୁ ଆଶ୍ୱସ୍ତି

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ସର୍ବୋଚ୍ଚଅଦାଲତରୁ ମିଳିଛି ବଡ଼ ଆଶ୍ୱସ୍ତି। ଏକ୍ସାଇଜ୍ ପଲିସି ମାମଲା ସହ ଜଡିତ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ଜାମିନ ସର୍ତ୍ତ ବଦଳାଇବାକୁ ମନୀଷ ସିସୋଦିଆ କରିଥିବା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ସର୍ବୋଚ୍ଚଅଦାଲତ।ଜାମିନ ସର୍ତ୍ତ ଅନୁଯାୟୀ ତାଙ୍କୁ ସପ୍ତାହରେ ଦୁଇଥର ଯାଞ୍ଚ ଏଜେନ୍ସି କାର୍ଯ୍ୟାଳୟରେ ହେବାକୁ ପଡୁଥିଲା ହାଜର। ସିସୋଦିଆଙ୍କ ଅନୁରୋଧ କ୍ରମେ ଆଜି ଏହି ସର୍ତ୍ତ ହଟାଇ ଦେଇଛନ୍ତି ଅଦାଲତ। ତେବେ ସିସୋଦିଆଙ୍କୁ ନିୟମିତ ଶୁଣାଣିରେ ଯୋଗଦେବାକୁ ଅଦାଲତ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ।ଏନେଇ ଅଦାଲତଙ୍କୁ କୃତଜ୍ଞତା ଜଣାଇଛନ୍ତି ମନୀଷ ସିସୋଦିଆ।
What's Your Reaction?






