ଡିସେମ୍ବରରେ ମୋଦୀଙ୍କ ଆମେରିକା ଗସ୍ତ ଚର୍ଚ୍ଚା, ଜି-୨୦ରେ ମୋଦୀ-ଟ୍ରମ୍ପ ଭେଟ୍‌, ଟ୍ରେଡ୍‌-ଏନର୍ଜି ଉପରେ ନଜର

Sep 23, 2026 - 11:39
ଡିସେମ୍ବରରେ ମୋଦୀଙ୍କ ଆମେରିକା ଗସ୍ତ ଚର୍ଚ୍ଚା, ଜି-୨୦ରେ ମୋଦୀ-ଟ୍ରମ୍ପ ଭେଟ୍‌, ଟ୍ରେଡ୍‌-ଏନର୍ଜି ଉପରେ ନଜର

ଡିସେମ୍ବରରେ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ଲୋରିଡାରେ ଡିସେମ୍ବର ୧୪ ଓ ୧୫ରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ମୋଦୀ ଯୋଗ ଦେଇପାରନ୍ତି । 

ଡିସେମ୍ବରରେ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ଲୋରିଡାରେ ଡିସେମ୍ବର ୧୪ ଓ ୧୫ରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ମୋଦୀ ଯୋଗ ଦେଇପାରନ୍ତି । ସମ୍ମିଳନୀର ଆୟୋଜନ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ତେବେ ମୋଦୀଙ୍କ ଆମେରିକା ଗସ୍ତ ନେଇ ଭାରତ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଯଦି ଗସ୍ତ ଚୂଡ଼ାନ୍ତ ହୁଏ, ତେବେ ଜି-୨୦ ସମ୍ମିଳନୀ ଅବସରରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇପାରେ । ଏହି ସମ୍ଭାବ୍ୟ ବୈଠକକୁ ନେଇ ଭାରତ-ଆମେରିକା ସମ୍ପର୍କ ଉପରେ ନଜର ରହିଛି । ବାଣିଜ୍ୟିକ ପ୍ରସଙ୍ଗ ସହ ରୁଷିଆରୁ ଭାରତର ତେଲ କିଣାକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତେଣୁ ମୋଦୀ-ଟ୍ରମ୍ପ ସାକ୍ଷାତ ହେଲେ ଟ୍ରେଡ୍‌, ଏନର୍ଜି ଓ ଦ୍ୱିପାକ୍ଷିକ ସମ୍ପର୍କ ପ୍ରମୁଖ ପ୍ରସଙ୍ଗ ହୋଇପାରେ ।

ଜି-୨୦ ମଞ୍ଚରେ ଦୁଇ ନେତାଙ୍କ ସମ୍ଭାବ୍ୟ ଭେଟ୍‌କୁ ନେଇ ଏବେ ଚର୍ଚ୍ଚା ବଢିଛି । ତେବେ ଗସ୍ତ ଓ ବୈଠକ ନେଇ ଅନ୍ତିମ ନିଷ୍ପତ୍ତି ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । 

What's Your Reaction?

like

dislike

love

funny

angry

sad

wow