ପୁଣି ସାରା ବିଶ୍ୱକୁ ଫେରିଛି କରୋନା

ପୁଣି ସାରା ବିଶ୍ୱକୁ ଫେରିଛି କରୋନା। ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ଭୂତାଣୁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ମୁତାବକ ଆଜି ଭାରତରେ ୨୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁ୍ମ୍ବାଇରେ କରୋନା ସଂକ୍ରମଣରେ ୨ ଜଣଙ୍କର ହୋଇଛି ମୃତ୍ୟୁ । ରିପୋର୍ଟ ମୁତାବକ ମୃତକ ୨ ଜଣ ପୂର୍ବରୁ ଗମ୍ଭୀର ରୋଗରେ ଥିଲେ ପୀଡିତ । ଏହାସହ ତାଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବାରୁ ସେମାନଙ୍କର ହୋଇଛି ମୃତ୍ୟୁ । ଭାରତରେ ଚିହ୍ନଟ ହୋଇଥିବା ଅନ୍ୟ କରୋନା ସଂକ୍ରମତିଙ୍କ ଠାରେ ସାମାନ୍ୟ ଲକ୍ଷଣ ହୋଇଛି ପରିଲକ୍ଷିତ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।
What's Your Reaction?






