ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

Jul 20, 2024 - 17:22
 0  3
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ। କଳା, ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ  ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି।ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିବାବେଳେ କଟ୍ ଅଫ୍ ତାଲିକାରେ ରହିଛି ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ । ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ ଛାତ୍ରଛାତ୍ରୀ। କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ,  ଧନ୍ଦାମୂଳରେକ ୪ ହଜାର ୯୭୮ ଜଣ ନାମଲେଖାଇବା ପାଇଁ ହୋଇଛନ୍ତି ମନୋନୀତ । ତେବେ ଅଗଷ୍ଟ ୧ ରୁ ଆରମ୍ଭ ହେବ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢା ।

What's Your Reaction?

like

dislike

love

funny

angry

sad

wow