ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ

Jul 6, 2024 - 12:30
 0  3
ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ

ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ୟ୍ୟ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି ଯେ, ରତ୍ନଭଣ୍ଡାର ବୈଠକ ବିଷୟରେ ତାଙ୍କୁ ଜଣାନାହିଁ, କି ତାଙ୍କ ଉପସ୍ଥିତିରେ ହେଉନି ବୈଠକ। ଏପରିକି ତାଙ୍କୁ କୌଣସି ସୂଚନା ମଧ୍ଯ ଦିଆଯାଇନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।ଶାସନତନ୍ତ୍ରକୁ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଜ୍ଞାନ ନାହିଁ। ତେଣୁ ଏ ପ୍ରସଙ୍ଗରେ ମୁଁ କେମିତି ପ୍ରତିକ୍ରିୟା ଦେବି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।ତେବେ ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଦରକାର ବୋଲି ସର୍ବୋଚ୍ଚଅଦାଲତଙ୍କ  ଆଦେଶ ରହିଛି। ହେଲେ ଏହି କମିଟି କାହିଁକି ଗଠନ ହୋଇଛି ସେ ବିଷୟରେ ମୋତେ କିଛି ଜଣା ନାହିଁ ବୋଲି କହିଛନ୍ତି ଶଙ୍କାରାଚାର୍ଯ୍ୟ।

What's Your Reaction?

like

dislike

love

funny

angry

sad

wow