ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତ ଗିରଫ

Jul 6, 2024 - 12:02
 0  3
ହାଥରସ ଦଳାଚକଟା:  ମୁଖ୍ୟ ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ ହାଥରସ ଦଳାଚକଟା ମାମଲାର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାକର ହରି ଓରଫ ସୂରଜପାଲ ବା ଭୋଲେ ବାବାଙ୍କ ମୁଖ୍ୟ ସେବକ ଦେବ ପ୍ରକାଶ ମଧୁକର ଗିରଫ।  ହାଥରସ ଦୁର୍ଘଟଣା ପରେ ଫେରାର ଥିଲେ ମଧୁକର । ଆଜି ତାଙ୍କୁ ଦିଲ୍ଲୀରୁ ଗିରଫ କରିଛି  ପୁଲିସ। ସେପଟେ ଘଟଣାର  ୪ ଦିନ ପରେ ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥାକୁ ପ୍ରତିକ୍ରିୟ ଦେବା ସହ ଘଟଣା ପଛରେ ଷଡ଼ଯନ୍ତ୍ର ଥିବା କହିଛନ୍ତି ଭୋଲେ ବାବା।ଏଥିସହ ଲୋକଙ୍କ ମୃତ୍ୟୁ ନେଇ ମର୍ମାହତ ଥିବା ସେ କହିଛନ୍ତି । ଏଭଳି ଦୁଃଖଦ ସମୟରେ ମୃତକ ଓ ଆହତଙ୍କ ପରିବାରକୁ ଭଗବାନ ଧୈର୍ୟ୍ୟ ଓ ଶକ୍ତି ଦିଅନ୍ତୁ ବୋଲି କରିଛନ୍ତି ପ୍ରାର୍ଥନା । ଏଥିସହ ସରକାର ଓ ପ୍ରଶାସନ ଉପରେ ଭରସା ରଖିବାକୁ ସେ ଲୋକଙ୍କୁ କରିଛନ୍ତି ଅପିଲ । ଏହି ଷଡ଼ଯନ୍ତ୍ର ପଛରେ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ବିଶ୍ୱାସ ଥିବା କହିଛନ୍ତି ସୂରଜପାଲ ବା ଭୋଲେ ବାବା

What's Your Reaction?

like

dislike

love

funny

angry

sad

wow