ପ୍ୟାରିସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସର ୩୫ତମ ସଂସ୍କରଣ

Jul 27, 2024 - 11:39
 0  5
ପ୍ୟାରିସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସର ୩୫ତମ ସଂସ୍କରଣ

ପ୍ୟାରିସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ଅଲିମ୍ପିକ୍ସର ୩୫ତମ ସଂସ୍କରଣ। ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ଷ୍ଟାଡିୟମ ବାହାରେ ଆୟୋଜନ ହୋଇଛି ଉଦଘାଟନୀ ଉତ୍ସବ। ସେନ୍ ନଦୀରେ ଅନୁଷ୍ଠିତ ହୋଇଥିଲା ଆଖି ଝଲସା କାର୍ଯ୍ୟକ୍ରମନୃତ୍ୟ, ସଙ୍ଗୀତ, କଳାକାରଙ୍କ କୋଳାହଳ ଓ ହଜାର ହଜାର ପ୍ରଶଂସକ ଉପସ୍ଥିତି ଏହି ଉଦଘାଟନୀ ଉତ୍ସବକୁ କରିଥିଲା  ବେଶ ସ୍ମରଣୀୟ ।ଉଦଘାଟନୀ କାର୍ଯ୍ୟକ୍ରମରେ ନିଆରା ଅନ୍ଦାଜରେ ଡଙ୍ଗାରେ ଆସିଥିଲେ ବିଭିନ୍ନ ଦେଶର କ୍ରୀଡ଼ାବିତ୍। ୨୦୬ ଟି ଦେଶର ୬୫୦୦ରୁ ଅଧିକ କ୍ରୀଡାବିତ୍ ୯୪ଟି ଡଙ୍ଗାରେ ୪ କିଲୋମିଟର ପର୍ଯ୍ୟନ୍ତ ଲମ୍ୱା ପ୍ୟାରେଡ୍ ଅଫ୍ ନେସନ୍ସରେ ନେଇଥିଲେ ଭାଗ  । ତେବେ ଏହି କାର୍ଯ୍ୟକ୍ରମରେ କିଛି ଖେଳାଳିଙ୍କୁ ପ୍ୟାରେଡରେ ସାମିଲ ହେବାକୁ ମିଳିନଥିଲା ଅନୁମତି ପ୍ରାୟ ୩ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରାସୀ ବିପ୍ଲବ, ଐତିହ୍ୟ ପରମ୍ପରା, ଭାସ୍କର୍ଯ୍ୟ ଓ କାରୁ କାରୁକାର୍ଯ୍ୟର ସଙ୍ଗମ ଦେଖିବାକୁ ମିଳିଛି। ଆଜି ହକିରୁ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତୀୟ ହକି ଦଳ ଖେଳିବ  ନିଜର ପ୍ରଥମ ମ୍ୟାଚ୍ 

What's Your Reaction?

like

dislike

love

funny

angry

sad

wow