ଆଗାମୀ ୪ ଦିନ ଯାଏ ହେବ ପ୍ରବଳ ବର୍ଷା

Jul 27, 2024 - 11:41
 0  7
ଆଗାମୀ ୪ ଦିନ ଯାଏ ହେବ ପ୍ରବଳ ବର୍ଷା

ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ଉତ୍ତର ଓଡିଶା ଓ ଉପକୂଳ ଓଡିଶାରେ ହେବ ପ୍ରବଳ ବର୍ଷା । ଆଗାମୀ ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ, କଟକ ଓ ନୟାଗଡରେ ହୋଇପାରେ ପ୍ରବଳ ବର୍ଷା । ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଉଛୁଳିବାରେ ଲାଗିଛି ରାଜ୍ୟର ଅନେକ ଜଳଭଣ୍ଡାର। ଆସନ୍ତା ୨୮ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ । ଏଥିସହ ରାଜ୍ୟରେ ଆହୁରି ୫ଦିନ ବର୍ଷା ହେବାକୁ ଥିବାରୁ ମହାନଦୀ ସମେତ ବିଭିନ୍ନ ନଦୀରେ ବନ୍ୟା ଆସିବା ନେଇ ସୃଷ୍ଟି ହୋଇଛି ଆଶଙ୍କା 

What's Your Reaction?

like

dislike

love

funny

angry

sad

wow