ସୟଦ ମୁସ୍ତାକ ଅଲୀ‌ ଟ୍ବେଣ୍ଟି-୨୦: ପୁଣି ହାରିଲା ଓଡ଼ିଶା

Nov 16, 2026 - 15:21
ସୟଦ ମୁସ୍ତାକ ଅଲୀ‌ ଟ୍ବେଣ୍ଟି-୨୦: ପୁଣି ହାରିଲା ଓଡ଼ିଶା

ଚଳିତ ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି-୨୦ ଘରୋଇ କ୍ରିକେଟ୍‌ରେ ଓଡ଼ିଶାର ପରାଜୟ ଜାରି ରହିଛି। ନିଜର ପ୍ରଥମ ମ୍ୟାଚ୍‌ରେ ଗୁଜରାଟଠୁ ହାରିଥିବା ସ୍ବସ୍ତିକ ସାମଲଙ୍କ ଏହି ଦଳ ସୋମବାର ୮ ୱିକେଟ୍‌ରେ ବିଦର୍ଭଠୁ ପରାସ୍ତ ହୋଇଛି। କୋଲ୍‌କାତାର ଯାଦବପୁର ବିଶ୍ବବିଦ୍ୟାଳୟ... 

 ଚଳିତ ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି-୨୦ ଘରୋଇ କ୍ରିକେଟ୍‌ରେ ଓଡ଼ିଶାର ପରାଜୟ ଜାରି ରହିଛି। ନିଜର ପ୍ରଥମ ମ୍ୟାଚ୍‌ରେ ଗୁଜରାଟଠୁ ହାରିଥିବା ସ୍ବସ୍ତିକ ସାମଲଙ୍କ ଏହି ଦଳ ସୋମବାର ୮ ୱିକେଟ୍‌ରେ ବିଦର୍ଭଠୁ ପରାସ୍ତ ହୋଇଛି। କୋଲ୍‌କାତାର ଯାଦବପୁର ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ୍‌ ପଡ଼ିଆରେ ଖେଳିଯାଇଥିବା ଏହି ମ୍ୟାଚ୍‌ରେ ବିଦର୍ଭ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ବିସ୍ଫୋରକ ଆରମ୍ଭ କରିଥିବା ଓଡ଼ିଶା ଗୌରବ ଚୌଧୁରୀ (୫୩, ୨୮ ବଲ୍‌, ୫ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୧୬୧/୮ ଅଟକି ଯାଇଥିଲା। ବିଦର୍ଭର ନାଚିକେତ ଭୂତେ (୪/୨୨)ଙ୍କ ଚମତ୍କାର ବୋଲିଂ ଆଗରେ ଓଡ଼ିଶା ବ୍ୟାଟର୍‌ ତିଷ୍ଠି ନ ପାରି ନଥିଲେ।  

ନିନାଦ ଓ ସର୍ବେଶ୍ବର ଗୋଟିଏ ଲେଖାଏଁ ୱିକେଟ୍‌
ଫଳରେ ଆରମ୍ଭରୁ ୨୦୦ରୁ ଅଧିକ ରନ୍‌ ଆଶାରେ ଥିବା ଓଡ଼ିଶା କଷ୍ଟେମଷ୍ଟେ ୧୫୦ ପାର୍‌ କରିପାରିଥିଲା। ଗୌରବଙ୍କ ବାଦ୍‌ କାର୍ତ୍ତିକ ବିଶ୍ବାଳ (୩୦), ଆଶୀର୍ବାଦ ସ୍ବାଇଁ (୨୦), ଦେବବ୍ରତ ପ୍ରଧାନ (୧୬*) ଓ ସ୍ବସ୍ତିକ (୧୪) କେବଳ ଦୁଇଅଙ୍କ ଛୁଇଁ ପାରିଥିଲେ। ଶୁଭ୍ରାଂଶୁ ସେନାପତି (୫), ସର୍ବେଶ୍ବର ମହାନ୍ତି (୭), ସୌମ୍ୟ ଲେଙ୍କା (୭) ଓ ନିନାଦ ରଥଭା (୨) ବିଫଳ ହୋଇଥିଲେ। ଜବାବରେ ବିଦର୍ଭ କେବଳ ଅଧିନାୟକ ଅଥର୍ବ ତାଇଡ଼େ (୭୪, ୪୮ ବଲ୍‌, ୧୧ ‌ଚୌକା) ଓ ବରୁଣ ବିଷ୍ଟ (୬)ଙ୍କୁ ହରାଇ ୧୪ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଦିନେଶ ମାଲେବାର (୬୭*, ୪୨ ବଲ୍‌, ୯ ଚୌକା, ୧ ଛକା) ଓ ବେଦାନ୍ତ ଜାଜୁ (୧୧*) ଅପରାଜିତ ରହିଥିଲେ। ଦିନେଶ ଓ ଅଥର୍ବ ପ୍ରଥମ ୱିକେଟ୍‌ରେ ୧୩.୨ ଓଭରରେ ୧୨୫ ରନ୍‌ ଯୋଡ଼ିଥିଲେ। ଓଡ଼ିଶା ପକ୍ଷରୁ ନିନାଦ ଓ ସର୍ବେଶ୍ବର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ଓଡ଼ିଶା ବୁଧବାର ଛତିଶଗଡ଼କୁ ଭେଟିବ।

What's Your Reaction?

like

dislike

love

funny

angry

sad

wow