ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଅଯୋଗ୍ଯ ଘୋଷିତ

ପ୍ଯାରିସ ଅଲିମ୍ପିକ୍ସରେ ଫାଇନାଲ ଆଗରୁ ଭାରତକୁ ମିଳିଛି ବଡ଼ ଝଟକା ।କାରଣ ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ଯ ଘୋଷିତ ହୋଇଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ଯାହାଫଳରେ ସେ ବିନା ପଦକରେ ଫେରିବେ ସ୍ୱଦେଶ ।ଗତକାଲି ୫୦ କିଲୋ ବର୍ଗରେ ଫାଇନାଲକୁ ଯାଇଥିଲେ ଭିନେଶ । ଆଜି ରାତିରେ ହୋଇଥାନ୍ତା ଫାଇନାଲ ମୁକାବିଲା, ହେଲେ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଅଯୋଗ୍ଯ ଘୋଷିତ ହେଲେ ଭିନେଶ ।
What's Your Reaction?






