ମଧ୍ୟପ୍ରାଚ୍ୟରେ ଘନଉଛି ମହାଯୁଦ୍ଧ ଆଶଙ୍କା

Aug 7, 2024 - 12:37
 0  5
ମଧ୍ୟପ୍ରାଚ୍ୟରେ ଘନଉଛି ମହାଯୁଦ୍ଧ ଆଶଙ୍କା

ମଧ୍ୟପ୍ରାଚ୍ୟରେ ଘନଉଛି ମହାଯୁଦ୍ଧ ଆଶଙ୍କା । ମିସାଇଲ ଲଞ୍ଚର ମୁଭ୍ ସହ ଇରାନ ସେନା ଡ୍ରିଲ ଆରମ୍ଭ କରିଥିବା ମିଳିଛି ସୂଚନା । ହମାସ ମୁଖ୍ୟ ଇସମାଇଲ ହାନିୟାଙ୍କୁ ଇସ୍ରାଏଲ ମାରିବା ପରେ ରକ୍ତମୁଖା ହୋଇପଡିଛି ଇରାନ । ସେପଟେ ଇସ୍ରାଏଲକୁ ଚାରିପଟୁ ଘେରିବାକୁ ଯୋଜନା କରୁଛନ୍ତି ଇରାନ,ହିଜବୁଲା, ହମାସ ଓ ହୁତୀ ।ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍, ଆମେରିକା, ବ୍ରିଟେନ ଆଦି ରାଷ୍ଟ୍ରକୁ ନେଇ ‘ଆବ୍ରାହମ୍ ମେଣ୍ଟ’ ଓ ଇରାନ୍ ନେତୃତ୍ୱାଧୀନ ‘ପ୍ରତିରୋଧର ଅକ୍ଷ’ ମଧ୍ୟରେ ଘନିଭୂତ ହେବାରେ ଲାଗିଛି ଯୁଦ୍ଧ ଆଶଙ୍କା। ଇରାକର ଅଲ୍-ଅସାଦ୍ ଠାରେ ଥିବା ଆମେରିକା ଓ ମିଳିତ ବାହିନୀର ସୈନ୍ୟ ଶିବିର ଉପରେ ହୋଇଛି କ୍ଷେପଣାସ୍ତ୍ର ଆକ୍ରମଣ । ଆକ୍ରମଣରେ ଆହତ ହୋଇଛନ୍ତି ବହୁସଂଖ୍ୟାକ ଆମେରିକୀୟ ସୈନିକ ।ତେବେ ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ କିମ୍ବା ରାଷ୍ଟ୍ର ନିଜକୁ ଦାୟୀ କରିନଥିବା ବେଳେ ଏହା ପଛରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ରହିଛି ବୋଲି ଅନୁମାନ କରୁଛି ଆମେରିକା ।ଯେଉଁମାନେ ଏହି ଆକ୍ରମଣ ପଛରେ ଅଛନ୍ତି ସେମାନଙ୍କୁ ଏଥିପାଇଁ ନିଶ୍ଚିତ କରାଯିବ ଉତ୍ତରଦାୟୀ । 

What's Your Reaction?

like

dislike

love

funny

angry

sad

wow