ଘନେଇଲା ମଧ୍ଯପ୍ରାଚ୍ଯ ସଙ୍କଟ

ଘନେଇଲା ମଧ୍ଯପ୍ରାଚ୍ଯ ସଙ୍କଟ

ଇରାନର ରାଜଧାନୀ ତେହେରାନରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ କରାଯାଇଛି ହତ୍ୟା , ଯାହା ବର୍ତ୍ତମାନ ଉଭୟ ଦେଶ ପାଇଁ ହୋଇପାରେ ଏକ ନିର୍ଣ୍ଣାୟକ କ୍ଷଣ । ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବା ପରେ ତେହେରାନରେ ଇସମାଇଲ ହାନିୟେଙ୍କୁ କରାଯାଇଥିଲା ହତ୍ୟା । ବର୍ତ୍ତମାନ ହାନିୟେଙ୍କ ମୃତ୍ୟୁ ହେତୁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହେବାସହ ଉପୁଜିଛି ଯୁଦ୍ଧ ସଙ୍କଟ।ସୂଚନାଯୋଗ୍ୟ ଯେ,  ଲେବାନନ୍‌ର ବେରୁଟ୍‌ରେ ହେଜ୍‌ବୋଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନେତା ଫଉଦ୍‌ ଶୁକର୍‌ଙ୍କୁ ଏୟାର ଷ୍ଟ୍ରାଇକ୍‌ କରି ହତ୍ୟା କରିଥିବା ଘୋଷଣା କରିଥିଲା ଇସ୍ରାଏଲୀ ସେନା। ଏହାର ଦିନକ ପରେ ଇରାନ୍‌ ରାଜଧାନୀ ତେହରାନ୍‌ରେ ହମାସ୍‌ ମୂଖ୍ୟ ନେତା ଇସ୍‌ମାଇଲ୍‌ ହାନିୟେଙ୍କୁ ହତ୍ୟା କରାଯାଇଛି। ସେପଟେ ହାନିଏଙ୍କ ହତ୍ଯା ପ୍ରତିବାଦରେ ଇସ୍ରାଏଲ ଉପରେ ସିଧାସଳଖ  ଆକ୍ରମଣ ଲାଗି  ଧମକ ଦେଇଛି  ଇରାନର ମୂଖ୍ୟ ନେତା ଆୟାତୋଲ୍ଲା ଅଲି ଖୋମେନୀ। ଏଥିଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବା କରାଯାଉଛି ଆଶଙ୍କା ।