ଏଲନ ମସ୍କଙ୍କୁ ଏମିତି ଶିକ୍ଷା ଦେଲେ ବ୍ରାଜିଲର ଜଜ

Aug 31, 2024 - 15:05
 0  6
ଏଲନ ମସ୍କଙ୍କୁ ଏମିତି ଶିକ୍ଷା ଦେଲେ ବ୍ରାଜିଲର ଜଜ

ପୁଣି ଚର୍ଚ୍ଚାରେ ଟେସଲା ମୂଖ୍ୟ ଏଲନ ମସ୍କ । ବ୍ରାଜିଲ ଉଚ୍ଚନ୍ୟାଳୟର ବିଚାରପତି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେବା ସହ ମସ୍କଙ୍କୁ ଦେଇଛନ୍ତି ଚେତାବନୀ । ବ୍ରାଜିଲରେ ମସ୍କଙ୍କ ସାମାଜିକ ଗଣମାଧ୍ୟମ କମ୍ପାନୀ ଏକ୍ସକୁ ନିଲମ୍ବିତ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।  ଏହି ରାୟ ଶୁଣାଇବା ପରେ ଆହୁରି ବଢ଼ି ଯାଇଛି ଦୀର୍ଘ ମାସେ ଧରି ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ । ଜଷ୍ଟିସ ମୋରିସ ମସ୍କଙ୍କୁ ଚେତାବନୀ ଦେଇକହିଛନ୍ତି ଯେ, ଯଦି ଆପଣ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ଆପଣଙ୍କର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ପାଇଁ ସ୍ଥାନୀୟ ପ୍ରତିନିଧୀ ନିଯୁକ୍ତ ନକରନ୍ତି, ତେବେ ଆପଣଙ୍କର ସେବା ସ୍ଥଗିତ ରହିବ। ଏହା ପରେ, ବର୍ତ୍ତମାନ ଏହି ନିଷ୍ପତ୍ତି ବାହାରକୁ ଆସିଛି । ଏହି ନିଷ୍ପତ୍ତି ପରେ ମସ୍କ ଏହି ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ କରିଛନ୍ତି ନିଶାଣ।ମସ୍କ କହିଛନ୍ତି ଯେ, ଏଭଳି ନିର୍ଦ୍ଦେଶ ଦେଇଥିବା ବିଚାରପତି ଜଣେ ମନ୍ଦ ଶାସକ । ସେ ବ୍ରାଜିଲରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ କରୁଛନ୍ତି  ଚେଷ୍ଟା। ରାଜନୈତିକ ଉଦ୍ଦେଶ୍ୟରେ ସେ ଏଭଳି ମନ୍ଦ ନିଷ୍ପତ୍ତି ନେଇଥିବା କହିଛନ୍ତି ମସ୍କ ।ତେବେ ଏପ୍ରିଲ ମାସରୁ ଆରମ୍ଭ ହୋଇଛି ଏହି ବିବାଦ  । ବିଚାରପତି ମୋରିସ ଅନୁସନ୍ଧାନ କରିବା ସହ କହିଥିଲେ ଯେ, ଏକ୍ସରେ ମିଛ ତଥ୍ୟ ପ୍ରଚାର କରାଯାଉଛି । ଏହି ସାଇଟ ଜରିଆରେ ଭୁଲ ତଥ୍ୟ ଦେଇ ବହୁ ଆକାଉଣ୍ଟକୁ କରାଯାଉଛି ପ୍ରୋତ୍ସାହିତ  । ଯେଉଁ କାରଣରୁ ପ୍ରଥମେ କିଛି ଗୃପକୁ ବନ୍ଦ କରିଥିଲେ ଏବଂ ପରେ ଦେଇଥିଲେ ଚେତାବନୀ  । ଆଉ ନଶୁଣିବା ପରେ , ନିଆଯାଛି ଏଭଳି ନିଷ୍ପତ୍ତି  ।

What's Your Reaction?

like

dislike

love

funny

angry

sad

wow