ଆଜିଠୁ ଆରମ୍ଭ ହେବ ‘ସୁଭଦ୍ରା’ଯୋଜନା ପାଇଁ ପଞ୍ଜୀକରଣ

Sep 1, 2024 - 12:00
 0  11
ଆଜିଠୁ ଆରମ୍ଭ ହେବ ‘ସୁଭଦ୍ରା’ଯୋଜନା ପାଇଁ ପଞ୍ଜୀକରଣ

ଆଜିଠାରୁ ଆରମ୍ଭ ହେବ ସୁଭଦ୍ରା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା। ଉଭୟ ଅନଲାଇନ ଓ ଅଫଲାଇନରେ କରିପାରିବେ ଆବଦେନ। ସ୍ବଚ୍ଛଳ ବର୍ଗକୁ ଛାଡିଦେଲେ ୨୧ରୁ ୬୦ ବର୍ଷ ବୟଷ ମଧ୍ୟରେ ସବୁ ଯୋଗ୍ୟ ମହିଳା ଏହି ଯୋଜନାରେ ହୋଇପାରିବେ ସାମିଲ। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସାମିଲ ହେବାକୁ ଧାର୍ଯ୍ୟ କରାଯାଇନାହିଁ  ଆବେଦନପତ୍ର ଗ୍ରହଣର ସମୟସୀମା। ଆଧାର କାର୍ଡ ନଥିଲେ ଯୋଗ୍ୟ ହିତାଧିକାରୀ ବି ଏହି ଯୋଜନାରେ ହୋଇପାରିବେନି ସାମିଲ୍। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବାକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ ଏହି ଆବେଦନ ଫର୍ମ ।ମହିଳାମାନଙ୍କୁ ଫର୍ମ ପୁରଣ ଓ ଦାଖଲରେ ସହଯୋଗ କରିବେ ଅଙ୍ଗନୱାଡି କର୍ମୀ, ସିଆରପି, ଏମବିସି,ବ୍ୟାଙ୍କ ମିତ୍ର ଓ କୃଷିମିତ୍ର। ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି। ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ସରିଯାଇଥିବାରୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଦିଆଯିବ ପ୍ରଥମ କିସ୍ତି । ରାଜ୍ଯର ପ୍ରାୟ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ଯାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା।

What's Your Reaction?

like

dislike

love

funny

angry

sad

wow