ନିରଞ୍ଜନଙ୍କ ଘରୁ ଲୁଟ କରିଥିବା ଲୁଟେରା ଗିରଫ

ନିରଞ୍ଜନଙ୍କ ଘରୁ ଲୁଟ କରିଥିବା ଲୁଟେରା ଗିରଫ

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିବା ଲୁଟେରାକୁ ଶେଷରେ ଗିରଫ କରିଛି କମିଶନରେଟ ପୋଲିସ । ବିଶାଖାପଟାଣାରୁ ଲୁଟେରାକୁ କାବୁ କରାଯାଇଥିବାବେଳେ ଲୁଟେରର ନାଁ ସ୍ପାଇଡର ବୋଲି ମିଳିଛି ସୂଚନା। ସ୍ପାଇଡର ପାଖରୁ ସୁନା ଗହଣା, ହୀରା , ଓ ଟଙ୍କା ଜବତ କରିଛି ପୋଲିସ । ଅନ୍ୟପକ୍ଷେ ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳର ଜଣେ ବ୍ୟବସାୟୀଙ୍କ ଘରେ ପ୍ରାୟେ ୨ କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ମଧ୍ୟ ସ୍ପାଇଡର ସାମିଲ ଥିଲା ବୋଲି ଜାଣିବାକୁ ପାଇଛି ପୋଲିସ୍ ।