ପୋଲିସ ପାଖରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓ ନେତା କଷା ସୋଡ଼ି ଓରଫ୍ ଶୁକ୍ରୁ

Mar 25, 2026 - 17:59
 0  2
ପୋଲିସ ପାଖରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓ ନେତା କଷା ସୋଡ଼ି ଓରଫ୍ ଶୁକ୍ରୁ

ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓ ନେତା କଷା ସୋଡ଼ି ଓରଫ୍ ଶୁକ୍ରୁ । କନ୍ଧମାଳ ପୋଲିସ ନିକଟରେ ଗୋଟିଏ ଏକେ-୪୭କୁ ମିଶାଇ ୫ ବନ୍ଧୁକ ୪ ମାଓବାଦୀଙ୍କ ସହ ଶୁକ୍ରୁ କରିଛି ଆତ୍ମସମର୍ପଣ । ମାଓବାଦୀଙ୍କୁ ଫୁଲଲୋଡ଼ା ଦେଇ ସ୍ବାଗତ କରିଛନ୍ତି ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଂଜୀବ ପଣ୍ଡା । ଶୁକ୍ରୁ ପାଇଁ ୫୫ ଲକ୍ଷ ଓ ଅନ୍ୟ ସହଯୋଗୀଙ୍କ ମିଶାଇ ଦିଆଯିବ ୬୬ ଲକ୍ଷ । ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଆଣ୍ଟି ନକ୍ସଲ ଅପରେସନ ଏଡିଜି କହିଛନ୍ତି ଯେ,  ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ସାରିଛି ନକ୍ସଲ ବିରୋଧୀ ଲଢ଼େଇ ।ଏଥିରେ ସହିଦ ହୋଇଛନ୍ତି ୨୩୯ ପୋଲିସ । କନ୍ଧମାଳ ଜିଲ୍ଲାରେ  ରହି ଯାଇଛନ୍ତି ମାତ୍ର ଆଉ ୮ରୁ ୯ ଜଣ ନକ୍ସଲ । ଯେଉଁମାନେ ରହି ଯାଇଛନ୍ତି ଆସନ୍ତା ୩୧ପୂର୍ବରୁ ଆତ୍ମସମର୍ପଣ କରନ୍ତୁ ବୋଲି ସେ ଦେଇଛନ୍ତି ଆହ୍ବାନ।

What's Your Reaction?

like

dislike

love

funny

angry

sad

wow