ଓଡ଼ିଶା ବିଧାନସଭାରେ ପ୍ରକାଶ ପାଇଲା ଶ୍ବେତପତ୍ର
ଓଡ଼ିଶାରେ ବଢ଼ିଛି ଅପରାଧ I ସେହି ବିଷୟରେ ବିଧାନସଭାରେ ପ୍ରକାଶ ପାଇଲା ଶ୍ବେତପତ୍ର। ୨୦୨୪ ତୁଳନାରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧ ୭.୩% ବୃଦ୍ଧି ପାଇଥିବା ପ୍ରକାଶ ପାଇଛି ଶ୍ୱେତପତ୍ରରେ । ପ୍ରତିବର୍ଷ ବଢ଼ିବାରେ ଲାଗିଛି ଚୋରି,ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ଘଟଣା। ସରକାରୀ ତଥ୍ୟ ଦର୍ଶାଉଛି ଯେ ୨୦୨୪ ତୁଳନାରେ ୨୦୨୫ରେ ବୃଦ୍ଧି ପାଇଛି ସାମଗ୍ରିକ ଅପରାଧର ହାର । ମହିଳାଙ୍କ ଉପରେ ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ ସାମାନ୍ୟ କମିଥିଲେ ବି ଏବେ ତାହା ରହିଛି ଚିନ୍ତାଜନକ ସ୍ଥିତିରେ। ଉଲ୍ଲେଖଯୋଗ୍ୟ ଯେ ଆଇନ ଶୃଙ୍ଖଳା ପରିସ୍ଥିତି ବାଲେଶ୍ବର ଜିଲ୍ଲା ସବୁଠାରୁ ସମ୍ବେଦନଶୀଳ।
What's Your Reaction?