କଳା ପୋଷାକ ପିନ୍ଧି ବିରୋଧୀଙ୍କ ନିଆରା ପ୍ରତିବାଦ

Mar 25, 2026 - 11:57
 0  0

ବିଧାନସଭାରେ ଆଜି ଦେଖିବାକୁ ମିଳିଛି ନିଆରା ପ୍ରତିବାଦ। ସବୁ ଦିନ ବିରୋଧୀ ଗୃହରେ ପ୍ଲାକାର୍ଡ ଧରି ପ୍ରତିବାଦ କରନ୍ତି , ହେଲେ ବୁଧବାର କଳା ପୋଷାକ ପିନ୍ଧି କରିଛନ୍ତି ପ୍ରତିବାଦ। ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା କରିଥିଲେ ଦାବି । ଯାହାଫଳରେ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।  ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ।  ମିଳିତ ଭାବେ ବିରୋଧ ଜାରି ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି। ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ। 



What's Your Reaction?

like

dislike

love

funny

angry

sad

wow