ପହିଲି ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Jun 14, 2024 - 13:41
 0  15
ପହିଲି ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

 ଆଜି ହେଉଛି ଓଡ଼ିଶାର ଗଣପର୍ବ ରଜ । ଖୁବ୍ ଆନନ୍ଦ ଉଲ୍ଲାସ ସହିତ ପୁରପଲ୍ଲୀରେ ପାରମ୍ପରିକ ପିଠା ,ପାନ ଖାଇ ରଜକୁ ବେଶ ଉତ୍ସାହର ସହ କରାଯାଉଛି ପାଳନ । ସାହି ପଡିଶା ବୁଲି, ନାନା ସଜବାଜ ହୋଇ ଦୋଳି ଖେଳୁଛନ୍ତି ଗାଁର କୁଆଁରୀମାନେ।ଏହି ଅବସରରେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ପହିଲି ରଜର ପ୍ରଥମେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।  ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଅନନ୍ୟ ଗଣ ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

What's Your Reaction?

like

dislike

love

funny

angry

sad

wow