ରଥଯାତ୍ରା ଦିନ ଶ୍ରୀମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶ ମନା

ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଏଥିସହ ସେ ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଦେବେ ଯୋଗ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା। ଏହି ଅବସରରେ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ କରାଯାଇଛି ବାରଣ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।ଆଇନ ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ କରାଯାଉଛି ସବୁ ପ୍ରକାର ବ୍ୟବସ୍ଥା । ବିଶେଷ କରି ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ଦିଆଯାଇଛି ପ୍ରାଥମିକତା । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
What's Your Reaction?






