ଏଣିକି ମନ ଇଚ୍ଛା କାଟି ପାରିବେନାହିଁ ତାଳଗଛ

Jul 1, 2024 - 15:27
 0  2
ଏଣିକି ମନ ଇଚ୍ଛା କାଟି ପାରିବେନାହିଁ ତାଳଗଛ

ଏଣିକି ମନ ଇଚ୍ଛା କାଟି ପାରିବେନାହିଁ ତାଳଗଛ । ନିଜ ଜାଗାରେ ଥିବା ତାଳ ଗଛ କାଟିବାକୁ ମଧ୍ୟ ବନବିଭାଗ ଠାରୁ ନେବାକୁ ପଡିବ ଅନୁମତି  ।  ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ଏଭଳି ନିୟମ କଡାକଡ଼ି କରିଛନ୍ତି ପିସିସିଏଫ୍ ଦେବିଦତ୍ତ ବିଶ୍ୱାଳ । ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ  ।କେବଳ ଏତିକି ନୁହେଁ ରାଜ୍ୟରେ କିଭଳି ତାଳଗଛ ସଂଖ୍ୟା ବୃଦ୍ଧି କରାଯିବ ସେନେଇ ମଧ୍ୟ ନିଆଯାଇଛି ନିଷ୍ପତ୍ତି । ଚଳିତ ବର୍ଷ ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ଲଗାଯିବାକୁ ନିଷ୍ପତି ନେଇଛି ବନ ବିଭାଗ  । ପ୍ରତି ଫରେଷ୍ଟ ବ୍ଲକର ଚାରି ପଟେ ଚାରୋଟି ଲେଖାଏଁ ତାଳ ଗଛ ଲଗାଯିବ  । ଏଥିପାଇଁ ସାଢେ ୭ କୋଟି ଟଙ୍କା ହେବ  ଖର୍ଚ୍ଚ । ବଜ୍ରପାତ କମାଇବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ମିଳିଛି ସୂଚନା  ।

What's Your Reaction?

like

dislike

love

funny

angry

sad

wow