ରାଜ୍ଯରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା ରାଶି
ଓଡିଶାରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା ରାଶି । ଏନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ସାମାଜିକ ସୁରକ୍ଷା ସଶକ୍ତିକରଣ ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ ।ନିର୍ବାଚନ ସମୟରେ ବାର୍ଦ୍ଧକ୍ଯ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଥିଲା ବିଜେପି । ତେବେ କେଉଁ ବର୍ଗଙ୍କ ପାଇଁ ଭତ୍ତା ବଢାଯିବ ସେନେଇ କୌଣସି ନିର୍ଦ୍ଦଷ୍ଟ ସୂଚନା ମିଳିନଥିବାବେଳେ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ଜାରି ରହିଛି ଆଲୋଚନା ।ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ସେନେଇ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
What's Your Reaction?