ବଦଳିଲା ଲକ୍ଷ୍ମୀ ବସ୍ର ରଙ୍ଗ

ବଦଳିଲା ଲକ୍ଷ୍ମୀ ବସ୍ର ରଙ୍ଗ । ସବୁଜରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ ହୋଇଥିବାବେଳେ ସେଥିରେ ଲକ୍ଷ୍ମୀ ବସ୍ ପରିବର୍ତ୍ତେ ଲେଖାହୋଇଛି ମୁଖ୍ୟମନ୍ତ୍ରୀ ବସ୍ ସେବା। ଢେଙ୍କାନାଳରେ ୨୮ଟି ଲକ୍ଷ୍ମୀ ବସ୍ର ହୋଇଛି ଏପରି ନବକଳେବର । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ସେନେଇ ଆରଟିଓ ପାଖରେ ନାହିଁ କୌଣସି ଖବର ।ସରକାର ବଦଳିବା ପରେ ଏହି ବସ ସେବାର ଭବିଷ୍ୟତକୁ ନେଇ ହେଉଥିଲା ଚର୍ଚ୍ଚା । ଏହାରି ଭିତରେ କିନ୍ତୁ ସେବା ଚାଲୁ ରହିବ ବୋଲି କହିଥିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହାର ନାମ କିନ୍ତୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତନ ହେବ ବୋଲି ସ୍ପଷ୍ଟ କରିଥିଲେ ପରିବହନ ମନ୍ତ୍ରୀ ।
What's Your Reaction?






